PhonePe Logo
phonepe logo
Business SolutionsPressCareersAbout UsBlogContact UsTrust & Safety
hamburger menu
✕
HomeBusiness SolutionsPressCareersAbout UsBlogContact UsTrust & Safety
Privacy Policy

ଅଭିଯୋଗ ନୀତି

Englishગુજરાતીதமிழ்తెలుగుमराठीമലയാളംঅসমীয়াবাংলাहिन्दीಕನ್ನಡଓଡ଼ିଆ

PhonePe ଆପ୍ଲିକେସନ, PhonePe ପ୍ରାଇଭେଟ ଲିମିଟେଡ୍ (ପୂର୍ବେ FX Mart ପ୍ରାଇଭେଟ ଲିମିଟେଡ୍ ନାମରେ ପରିଚିତ ଥିଲା) ଦ୍ୱାରା ପ୍ରସ୍ତୁତ ହୋଇଛି, ଏହା କମ୍ପାନୀ ଅଧିନିୟମ 1956 ଅଧିନରେ ଅନ୍ତର୍ଭୁକ୍ତ ଗୋଟିଏ କମ୍ପାନୀ ଅଟେ ଯାହାର ପଞ୍ଜିକୃତ କାର୍ଯ୍ୟାଳୟ ଅଫିସ୍‍-2, ଫ୍ଲୋର 4,5,6,7, ୱିଙ୍ଗ A, ବ୍ଲକ A, ସାଲାରପୁରିଆ ସୋଫ୍ଟଜୋନ, ସର୍ଭିସ ରୋଡ୍, ଗ୍ରିନ ଗ୍ଲେନ ଲେଆଉଟ, ବେଲାନ୍ଦୁର, ବେଙ୍ଗାଲୁରୁ, କର୍ଣ୍ଣାଟକ-KA, ପିନ୍‍- 560103 ରେ ଅବସ୍ଥିତ।

PhonePe ରେ ଆମ ଉପରେ ରହିଥିବା ଭରସାକୁ ଆମେ ସମ୍ମାନ ଦେଇଥାଉ ଏବଂ ଆପଣଙ୍କୁ ସବୁଠୁ ଉତ୍ତମ ଅନୁଭୂତି ଦେବାକୁ କଠିନ ପରିଶ୍ରମ କରିଥାଉ। ଆମର ଅଭିଯୋଗ ନୀତି ଆମର ଗ୍ରାହକମାନଙ୍କ ଅଭିଯୋଗଗୁଡ଼ିକୁ ଠିକ୍ ସମୟରେ ଓ ସୁଦକ୍ଷ ଭାବେ ସମାଧାନ କରିବା ପାଇଁ ଉଦ୍ଦିଷ୍ଟ, ଏବଂ ଆମେ ଗ୍ରାହକମାନଙ୍କ ଅଭିଯୋଗ ସମାଧାନ ନିରପେକ୍ଷ ଭାବେ ଓ ସମ୍ମାନର ସହିତ ବିଚାର କରିଥାଉ।

PhonePe ଆପ୍‌ରେ ଟ୍ରାଞ୍ଜାକ୍‌ସନ କରିବା ସମୟରେ ଆପଣଙ୍କୁ ଏକ ବାଧାହୀନ ଅନୁଭୂତି ପ୍ରଦାନ କରିବାକୁ ଆମେ ସଦାସର୍ବଦା ପ୍ରଚେଷ୍ଟାରତ ଏବଂ ଯେତେବେଳେ ଆବଶ୍ୟକ ଆମର ଇନ୍-ଆପ୍ ଗ୍ରାହକ ସମସ୍ୟା ନିବାରଣ ସହାୟତା ପ୍ରକ୍ରିୟାଟି ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ କରିବାକୁ ସକ୍ଷମ। କେତେକ କ୍ଷେତ୍ରରେ ମାନବୀୟ, ନେଟୱାର୍କ ବା ସିଷ୍ଟମ ତ୍ରୁଟି ଯୋଗୁଁ କେତେଗୁଡ଼ିଏ ସମସ୍ୟା ଉତ୍ପନ୍ନ ହୋଇପାରେ ଯାହାପାଇଁ ଅଧିକ ଫୋକସ୍ ହୋଇଥିବା ଓ କଷ୍ଟମାଇଜ୍ ହୋଇଥିବା ସମାଧାନ ଆବଶ୍ୟକ ହେଲେ ଆପଣ କ୍ରମାନୁସାରେ ନିମ୍ନଲିଖିତ ସମସ୍ୟା ସମାଧାନ ପଦ୍ଧତିକୁ ଦେଖିପାରିବେ।

ଅଭିଯୋଗ ନିବାରଣ

ଆପଣଙ୍କ ସମସ୍ୟା ଠିକ୍ ଭାବେ ପ୍ରକ୍ରିୟାନ୍ୱିତ ହୋଇ ସଠିକ୍ ଟିମ ଆପଣଙ୍କ ସମସ୍ୟାର ସମାଧାନ କରୁଛନ୍ତି ତାହା ସୁନିଶ୍ଚିତ କରିବାକୁ ଆମେ ଏକ ଏସ୍କାଲେସନ୍ ମ୍ୟାଟ୍ରିକ୍ସ ତିଆରି କରିଛୁ । ଆପଣଙ୍କ ସମସ୍ୟାର ସମାଧନ ଠିକ୍ ସମୟରେ ହୋଇପାରିବ ତାହା ସୁନିଶ୍ଚିତ କରିବାକୁ ଆପଣ ନିମ୍ନସ୍ଥ ଏସ୍କାଲେସନ୍ ମ୍ୟାଟ୍ରିକ୍ସ ପଢ଼ି ବୁଝନ୍ତୁ ବୋଲି ଆମେ ଆପଣଙ୍କୁ ଅନୁରୋଧ କରୁଛୁ ।

ଆମର ଗ୍ରାହକମାନଙ୍କୁ ସାହାଯ୍ୟ କରୁଥିବା ସହାୟତା ପୃଷ୍ଠାଗୁଡ଼ିକୁ ଆପଣ ଧ୍ୟାନର ସହିତ ପଢ଼ନ୍ତୁ ବୋଲି ଆମେ ସୁପାରିଶ କରୁଛୁ। ଆମର ସହାୟତା ପୃଷ୍ଠାରେ ଦିଆଯାଇନଥିବା ପ୍ରଶ୍ନ ଏବଂ ସମସ୍ୟା ପାଇଁ ଆପଣ ଇମେଲ୍ କିମ୍ବା PhonePe ଆପ୍ ମାଧ୍ୟମରେ ଆମର ଗ୍ରାହକ ସହାୟତା ଟିମକୁ ଯୋଗାଯୋଗ କରିପାରିବେ।

ଆମର ଇନ୍-ଆପ୍‌ରେ ଥିବା ସହାୟତା ଚ୍ୟାନେଲ ବହୁ ଗ୍ରାହକଙ୍କ ଅଭିଯୋଗର ସମାଧାନ କରିବାକୁ ସକ୍ଷମ ଅଟେ । କୌଣସି ଅସ୍ୱାଭାବିକ ପରିସ୍ଥିତିରେ ଯେଉଁଠି ଆପଣ ପରବର୍ତ୍ତୀ ସ୍ତରକୁ ସମସ୍ୟାକୁ ଏସ୍କାଲେଟ୍ କରିବାକୁ ଚାହିଁଲେ, ଆପଣ ପୂର୍ବବର୍ତ୍ତୀ ସମସ୍ତ ସ୍ତର ଦେଇ ଆସିଛନ୍ତି ଏବଂ ଆପଣଙ୍କ ସମସ୍ୟାର ସମାଧାନ ଏଯାଏଁ ହୋଇନାହିଁ ବା ଆପଣ ସମାଧାନରେ ସନ୍ତୁଷ୍ଟ ନୁହଁନ୍ତି ବୋଲି ସୁନିଶ୍ଚିତ କରିବା ଆବଶ୍ୟକ ।

ସେବାର ବିଭିନ୍ନ ସ୍ତର

ରିଚାର୍ଜ, ବିଲ୍ ପେମେଣ୍ଟ, PhonePe ୱାଲେଟ୍, PhonePe ଗିଫ୍ଟ କାର୍ଡ୍, UPI (ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ), ଷ୍ଟୋର, ବିନିଯୋଗ, PhonePe ସ୍ୱିଚ୍ ଏବଂ ଭାଉଚର ପାଇଁ ସେବା ସ୍ତର।

ସ୍ତର – 1

  1. ଅଭିଯୋଗ ପଞ୍ଜିକରଣ:
    • PhonePe ଆପର ହୋମ୍‍ ପେଜରେ (?) ଆଇକନ୍ ଉପରେ କ୍ଲିକ୍ କରି ଆପଣ ଆପଣଙ୍କର ଅଭିଯୋଗକୁ PhonePe ଗ୍ରାହକ ସହାୟତା ସହିତ ପଞ୍ଜିକରଣ କରିପାରିବେ।
    • ଆମେ ଦିନରେ 24 ଘଣ୍ଟା ଏବଂ ସପ୍ତାହରେ 7 ଦିନ ଗ୍ରାହକ ସହାୟତା ସେବା ପ୍ରଦାନ କରୁ।
  2. ଅଭିଯୋଗର ସମାଧାନ:
    • ଅଭିଯୋଗ ଗ୍ରହଣ କରିବାର 24 ଘଣ୍ଟା ମଧ୍ୟରେ ଆମେ ଆପଣଙ୍କୁ ଆମର ପ୍ରଥମ ପ୍ରତିକ୍ରିୟା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ।
    • ଆମେ ଆପଣଙ୍କର ସମସ୍ତ ଅଭିଯୋଗ / ପ୍ରଶ୍ନଗୁଡ଼ିକର ସମାଧାନ 3ଟି ବ୍ୟବସାୟ ଦିନ ମଧ୍ୟରେ କରିବାକୁ ଲକ୍ଷ୍ୟ ରଖୁ।
    • କାର୍ଯ୍ୟକ୍ଷମ କିମ୍ବା ବୈଷୟିକ କାରଣରୁ ଆପଣଙ୍କର ଅଭିଯୋଗର ସମାଧାନ କରିବାରେ ବିଳମ୍ବ ହୋଇପାରେ। ଏପରି ପରିସ୍ଥିତିରେ, ଆପଣଙ୍କ ଅଭିଯୋଗର ସମାଧାନ ହେବାର ସମୟସୀମା ବିଷୟରେ ଆପଣଙ୍କୁ ସକ୍ରିୟ ଭାବରେ ଅବଗତ କରାଯିବ।
    • କିଛି କ୍ଷେତ୍ରରେ, ଅଭିଯୋଗର ସମାଧାନ ତତକ୍ଷଣାତ୍ ହେଉଥିବା ବେଳେ ଏହା ସିଷ୍ଟମରେ ପ୍ରତିଫଳିତ ହେବା ପାଇଁ ସମୟ ଲାଗିପାରେ। ଉଦାହରଣ ସ୍ୱରୂପ, ରିଫଣ୍ଡ ଅନୁମୋଦନ ତତକ୍ଷଣାତ୍ ହୋଇପାରେ, କିନ୍ତୁ ଆକାଉଣ୍ଟରେ ଟଙ୍କା ପ୍ରତିଫଳିତ ହେବାକୁ 3-10 ଦିନ ଲାଗିପାରେ। ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏହିପରି ବିଳମ୍ବ ବ୍ୟାଙ୍କିଂ ଏବଂ ଅନ୍ୟ ସଞ୍ଚାଳନ ସମ୍ବନ୍ଧିତ ସମସ୍ୟା ଯୋଗୁଁ ହୋଇଥାଏ ।
    • ଏକାଧିକ ଏଜେନ୍ସିଙ୍କ ସମ୍ପୃକ୍ତି ଯୋଗୁଁ ‘ଠକେଇ ଏବଂ ବିପଦ ମୂଲ୍ୟାଙ୍କନ’ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ଯାଞ୍ଚ କରିବା ପାଇଁ ଅଧିକ ସମୟ ଲାଗିଥାଏ। ଏପରି କିଛି ପରିସ୍ଥିତିର ସମାଧାନ ସମୟ ପରିସ୍ଥିତିର ଗମ୍ଭୀରତା ଏବଂ ଜଟିଳତା ଉପରେ ନିର୍ଭର କରିଥାଏ। ଏହିପରି କ୍ଷେତ୍ରରେ ଆପଣଙ୍କୁ ସମୟସୀମା ବିଷୟରେ ସକ୍ରିୟ ଭାବରେ ଅବଗତ କରାଯିବ।
      ଧ୍ୟାନ ଦିଅନ୍ତୁ: ସମାଧାନ ହେବାରେ ଯଦି ବିଳମ୍ବ ହୁଏ ତେବେ ଏ ବିଷୟରେ ୟୁଜରମାନଙ୍କୁ ସକ୍ରିୟ ଭାବରେ ଅବଗତ କରାଯାଏ। ଯଦି ୟୁଜର ସନ୍ତୁଷ୍ଟ ହୁଅନ୍ତି ନାହିଁ ତେବେ ଅଭିଯୋଗକୁ  2ୟ ସ୍ତରରେ ଏସ୍କେଲେସନ କରାଯାଏ।

ସ୍ତର – 2

  1. ଅଭିଯୋଗ ପଞ୍ଜିକରଣ:

ଆପଣଙ୍କ ଅଭିଯୋଗକୁ ଏସ୍କେଲେଟ୍ କରିବା ପାଇଁ ଆପଣ ନିମ୍ନଲିଖିତ ଯେକୌଣସି ଚ୍ୟାନେଲଗୁଡ଼ିକୁ ଆକ୍ସେସ କରିପାରିବେ। https://support.phonepe.com/ରେ ଏକ ଅଭିଯୋଗ ପଞ୍ଜିକରଣ କରନ୍ତୁ।

080-68727374 / 022-68727374-ରେ ଆମର ଗ୍ରାହକ ସହାୟତା କେନ୍ଦ୍ରକୁ କଲ୍ କରନ୍ତୁ।

2. ଅଭିଯୋଗର ସମାଧାନ:

ଅଭିଯୋଗ ଗ୍ରହଣ କରିବାର 24 ଘଣ୍ଟା ମଧ୍ୟରେ ଆମେ ପ୍ରଥମ ପ୍ରତିକ୍ରିୟା ଦେବାକୁ ପ୍ରତିଶ୍ରୁତିବଦ୍ଧ।

3ଟି ବ୍ୟବସାୟ ଦିନ ମଧ୍ୟରେ 2ୟ ସ୍ତରର ସମସ୍ତ ଅଭିଯୋଗର ସମାଧାନ କରିବାକୁ ଆମେ ଲକ୍ଷ୍ୟ ରଖୁ । ସମାଧାନ ସମୟର କୌଣସି ବିଳମ୍ବ ହେଲେ ଆପଣଙ୍କୁ ସକ୍ରିୟ ଭାବରେ ଜଣାଇ ଦିଆଯିବ।

ସ୍ତର – 3

ଅଭିଯୋଗ ପଞ୍ଜିକରଣ:

ଯଦି ଆପଣଙ୍କ ସମସ୍ୟାର ସମାଧାନ ପୂର୍ବ ସ୍ତରରେ ନିମ୍ନଲିଖିତ ସମୟ ମଧ୍ୟରେ ହୋଇନାହିଁ ତେବେ ଆପଣ ଅଭିଯୋଗ ଡେସ୍କ ସହ ଯୋଗାଯୋଗ କରିପାରିବେ

  • ନନ୍‍-PhonePe QRଗୁଡ଼ିକ ମାଧ୍ୟମରେ ପେମେଣ୍ଟ  ସମ୍ବନ୍ଧୀୟ ସମସ୍ୟା ପାଇଁ 30 ଦିନ 
  • ଅନ୍ୟ କୌଣସି ପ୍ରକାରର ଟ୍ରାଞ୍ଜାକସନ ସମ୍ବନ୍ଧୀୟ ସମସ୍ୟା ପାଇଁ 10 ଦିନ

ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, 2000 ଏବଂ ତା’ପରେ ପ୍ରସ୍ତୁତ ନିୟମ ଅନୁଯାୟୀ, ଅଭିଯୋଗ ଅଧିକାରୀଙ୍କ ନାମ ଏବଂ ଯୋଗାଯୋଗ ବିବରଣୀ ନିମ୍ନରେ ପ୍ରଦାନ କରାଯାଇଛି:
ଯୋଗାଯୋଗ କରନ୍ତୁ:
ମୁଖ୍ୟ ନୋଡାଲ ଅଧିକାରୀ – ସିନୁ ସୁଧାକର  
ନୋଡାଲ ଅଧିକାରୀ /ଅଭିଯୋଗ ଅଧିକାରୀ- ସିଞ୍ଚନ କୁମାର ସାହା
ଫୋନ୍: 080-68727374 / 022-68727374
ୱେବପେଜ: https://grievance.phonepe.com/ 
ଠିକଣା- ଅଫିସ୍‍ -2, ଫ୍ଲୋର 4,5,6,7, ୱିଙ୍ଗ A, ବ୍ଲକ A, ସାଲାରପୁରିଆ ସୋଫ୍ଟଜୋନ, ସର୍ଭିସ ରୋଡ୍‍, ଗ୍ରୀନ ଗ୍ଲେନ ଲେଆଉଟ୍‍, ବେଲାନ୍ଦୁର, ବେଙ୍ଗାଲୁରୁ, କର୍ଣ୍ଣାଟକ- KA, ପିନ୍‍ – 560103
କାର୍ଯ୍ୟ ସମୟ: ସୋମ-ଶୁକ୍ର ସକାଳ 10 ଟାରୁ  ସନ୍ଧ୍ୟା 7 ଟା।

2. ଅଭିଯୋଗର ସମାଧାନ:

ଅଭିଯୋଗ ଗ୍ରହଣ କରିବାର 24 ଘଣ୍ଟା ମଧ୍ୟରେ ଆମେ ପ୍ରଥମ ପ୍ରତିକ୍ରିୟା ଦେବାକୁ ପ୍ରତିଶ୍ରୁତିବଦ୍ଧ। 7ଟି ବ୍ୟବସାୟ ଦିନ ମଧ୍ୟରେ 3ୟ ସ୍ତରର ସମସ୍ତ  ଅଭିଯୋଗର ସମାଧାନ କରିବାକୁ ଆମେ ଲକ୍ଷ୍ୟ ରଖୁ । ସମାଧାନ ସମୟର କୌଣସି ବିଳମ୍ବ ହେଲେ ଆପଣଙ୍କୁ ସକ୍ରିୟ ଭାବରେ ଜଣାଇ ଦିଆଯିବ।

ସ୍ତର – 4

ଯଦି ଆପଣଙ୍କର ପ୍ରଶ୍ନ କିମ୍ବା ଅଭିଯୋଗ 30 ଦିନ ମଧ୍ୟରେ ପୂର୍ବ ସ୍ତରରେ ସନ୍ତୋଷଜନକ ଭାବରେ ସମାଧାନ ହୋଇନାହିଁ, ତେବେ ଆପଣ ଡିଜିଟାଲ୍ ଅମ୍ବଡ୍ସମ୍ୟାନରେ ଯୋଗାଯୋଗ କରିପାରିବେ ।

ଅଭିଯୋଗ କରିବା ପାଇଁ ଅମ୍ବଡ୍ସମ୍ୟାନର ପୋର୍ଟାଲ ହେଉଛି: https://cms.rbi.org.in/
ଟୋଲ୍‍- ଫ୍ରି ଫୋନ୍‍ ନମ୍ବର: 14448
ଇମେଲ୍‍ ଆଇଡି: [email protected]
ଠିକଣା – ସେଣ୍ଟ୍ରାଲାଇଜଡ ରିସିପ୍ଟ ଏଣ୍ଡ ପ୍ରୋସେସିଂ ସେଣ୍ଟର, ରିଜର୍ଭ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆ, 4ର୍ଥ ଫ୍ଲୋର୍‍, ସେକ୍ଟର 17, ଚଣ୍ଡିଗଡ଼ – 160017
ଅଧିକ ବିବରଣୀ ପାଇଁ, ଦୟାକରି ଲିଙ୍କକୁ ରେଫର୍ କରନ୍ତୁ – RBI ଆମ୍ବଡ୍ସମ୍ୟାନ।

ଗ୍ରାହକଙ୍କ ଲାଏବଲିଟିର ସୀମା

ଏକ ଅନଧିକୃତ ପେମେଣ୍ଟ ଟ୍ରାଞ୍ଜାକସନରୁ ଉତ୍ପନ୍ନ ଗ୍ରାହକଙ୍କ ଲାଏବଲିଟି ଏତିକିରେ ସୀମିତ ରହିବ:

ସିରିଏଲ ନମ୍ବରବିବରଣୀଗ୍ରାହକଙ୍କ ସର୍ବାଧିକ ଲାଏବଲିଟି
1PhonePe ଦ୍ୱାରା କଣ୍ଟ୍ରିବ୍ୟୁଟେରୀ ଫ୍ରଡ୍/ ଅବହେଳା/ ଅକ୍ଷମତା (ଗ୍ରାହକଙ୍କ ଦ୍ୱାରା ଟ୍ରାଞ୍ଜାକସନ ରିପୋର୍ଟ କରାଯାଇଥାଉ କି ନ କରାଯାଇଥାଉ)ଶୂନ
2ତୃତୀୟ-ପକ୍ଷ ଦ୍ୱାରା ଉଲ୍ଲଙ୍ଘନ, ଯେଉଁଠାରେ ତ୍ରୁଟି PhonePe କିମ୍ବା ଗ୍ରାହକଙ୍କର ନଥାଏ କିନ୍ତୁ ସିଷ୍ଟମର ଅନ୍ୟ କେଉଁଠାରେ ରହିଥାଏ, ଏବଂ ଗ୍ରାହକ PhonePeକୁ ଅନଧିକୃତ ପେମେଣ୍ଟ ଟ୍ରାଞ୍ଜାକସନ ବିଷୟରେ ସୂଚିତ କରନ୍ତି। ଏହି ପରିପ୍ରେକ୍ଷୀରେ ପ୍ରତି ଟ୍ରାଞ୍ଜାକସନରେ ଗ୍ରାହକଙ୍କ ଲାଏବଲିଟି PhonePeରୁ ଗ୍ରାହକଙ୍କୁ ଟ୍ରାଞ୍ଜାକସନ ଯୋଗାଯୋଗର ରସିଦ ଏବଂ ଗ୍ରାହକଙ୍କ ଦ୍ୱାରା PhonePeକୁ ଅନଧିକୃତ ଟ୍ରାଞ୍ଜାକସନ ସମ୍ୱନ୍ଧିତ ରିପୋର୍ଟ ମଧ୍ୟରେ କେତେ ଦିନ ହୋଇଛି ତାହା ଉପରେ ନିର୍ଭର କରିବ –
i.ତିନି ଦିନ ମଧ୍ୟରେ #ଶୂନ
ii.ଚାରିରୁ ସାତ ଦିନ ମଧ୍ୟରେ #ଟ୍ରାଞ୍ଜାକସନ ମୂଲ୍ୟ କିମ୍ବା ଟ୍ରାଞ୍ଜାକସନ ପାଇଁ ₹10,000 / – ଯାହା ବି କମ୍ ଅଟେ
iii.ସାତ ଦିନ ବାହାରେ #PhonePe ମାମଲା ଆଧାରରେ ନିଷ୍ପତ୍ତି ନେବ
3ଯେଉଁ କ୍ଷେତ୍ରରେ ଗ୍ରାହକଙ୍କ ଅବହେଳା ଯୋଗୁଁ କ୍ଷତି ହୁଏ, ଯେପରିକି ସେ ଯେଉଁଠାରେ ତାଙ୍କ ପେମେଣ୍ଟ କ୍ରେଡେନ୍ସିଆଲ୍ ଶେୟାର୍ କରିଛନ୍ତି, ସେ PhonePeକୁ ଅନଧିକୃତ ଟ୍ରାଞ୍ଜାକସନ ସମ୍ୱନ୍ଧରେ ରିପୋର୍ଟ ନକରିବା ପର୍ଯ୍ୟନ୍ତ ସମସ୍ତ କ୍ଷତି ବହନ କରିବେ। ଅନଧିକୃତ ଟ୍ରାଞ୍ଜାକସନର ରିପୋର୍ଟ କରିବା ପରେ ଘଟୁଥିବା ଯେକୌଣସି କ୍ଷତି PhonePe ବହନ କରିବ ।
4PhonePe ତାର ବିଚାର ଅନୁଯାୟୀ, ଗ୍ରାହକଙ୍କ ଅବହେଳା ପରିସ୍ଥିତିରେ ମଧ୍ୟ ଅନଧିକୃତ ଇଲେକ୍ଟ୍ରୋନିକ୍ ପେମେଣ୍ଟ ଟ୍ରାଞ୍ଜାକସନ କ୍ଷେତ୍ରରେ କୌଣସି ଗ୍ରାହକଙ୍କ ଲାଏବଲିଟି ଛାଡ଼ କରିବାକୁ ନିଷ୍ପତ୍ତି ନେଇପାରେ।

ସୀମିତ ଲାଏବଲିଟିରେ ଗ୍ରାହକଙ୍କ ଦାୟିତ୍ୱ

  • ଗ୍ରାହକମାନେ ଦୃଢ଼ ପାସୱାର୍ଡ ଏବଂ ପିନ୍ ବ୍ୟବହାର କରି ସେମାନଙ୍କ ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ, ଯାହା ନିୟମିତ ବ୍ୟବଧାନରେ ପରିବର୍ତ୍ତନ ହେବା ଦରକାର। ପିନ୍ / ପାସୱାର୍ଡ ଏବଂ OTP ଇମେଲ୍ / ଟେଲିଫୋନ୍ ମାଧ୍ୟମରେ PhonePe କର୍ମଚାରୀଙ୍କ ସମେତ କାହା ସହିତ ଶେୟାର ନ କରାଯିବା ଆବଶ୍ୟକ। PhonePe ଏପରି କ୍ରେଡେନ୍ସିଆଲ୍ କେବେବି ମାଗେ ନାହିଁ।
  • ସୂଚନାକୁ ଅପଡେଟ୍ ରଖିବା ଏବଂ ଆଲର୍ଟ ପାଇବା ଜାରି ରଖିବା ପାଇଁ ଗ୍ରାହକମାନେ ନିୟମିତ ଭାବରେ ସେମାନଙ୍କ ମୋବାଇଲ୍ ନମ୍ବର ଏବଂ ଇମେଲ୍ ଆଇଡି PhonePe ସହିତ ଅପଡେଟ୍ କରିବା ଜରୁରୀ।
  • ଇଲେକ୍ଟ୍ରୋନିକ୍ ପେମେଣ୍ଟ ଟ୍ରାଞ୍ଜାକସନ ପାଇଁ ଗ୍ରାହକମାନେ ବାଧ୍ୟତାମୂଳକ ଭାବରେ SMS ଆଲର୍ଟ ଏବଂ ଇ-ମେଲ୍ ଆଲର୍ଟ (ଯେଉଁଠାରେ ପ୍ରଯୁଜ୍ୟ) ପାଇଁ ପଞ୍ଜିକୃତ ହେବା ଜରୁରୀ।
  • SMS ଆଲର୍ଟରୁ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ଗ୍ରାହକମାନେ ଯେକୌଣସି ଅନଧିକୃତ ଟ୍ରାଞ୍ଜାକସନ ଚିହ୍ନଟ କରିବାକୁ ନିୟମିତ ଭାବରେ ଟ୍ରାଞ୍ଜାକସନ ଉପରେ ନଜର ରଖିବା ଆବଶ୍ୟକ।
  • ଆକାଉଣ୍ଟରେ କୌଣସି ଅନଧିକୃତ ଟ୍ରାଞ୍ଜାକସନ ହେଲେ ରିପୋର୍ଟ କରିବାରେ ବିଳମ୍ବ ନହେବା ସୁନିଶ୍ଚିତ କରିଥାଏ। ଏ ବାବଦରେ PhonePeକୁ ତୁରନ୍ତ ରିପୋର୍ଟ କରିବା ଗ୍ରାହକଙ୍କ ଦାୟିତ୍ୱ ଅଟେ ।

BBPS ବିବାଦ ଉଠାନ୍ତୁ

BBPSରେ ଏକ ବିଲ୍ ପେମେଣ୍ଟ ବିବାଦ ଉଠାଇବାକୁ ଏଠାରେ କ୍ଲିକ୍ କରନ୍ତୁ

  • ଏହି ଲିଙ୍କ୍ ମାଧ୍ୟମରେ ଉଠାଯାଇଥିବା ଅଭିଯୋଗଗୁଡ଼ିକ NPCI ନିଯୁକ୍ତ ଅପରେଟିଂ ୟୁନିଟ୍ ଦ୍ୱାରା ସମାଧାନ କରାଯାଏ ।
  • ଦୟାକରି ଧ୍ୟାନ ଦିଅନ୍ତୁ ଯେ PhonePe ଏହି ଅଭିଯୋଗଗୁଡ଼ିକର ସମାଧାନ ନିଜେ କରେ ନାହିଁ ଏବଂ ଅଭିଯୋଗର ସମାଧାନ ହେବାପରେ କୌଣସି ବିଜ୍ଞପ୍ତି ପଠାଏ ନାହିଁ।

ଆଧାର eKYC ଅଭିଯୋଗ ପ୍ରତିକାର

  • ଆଧାର eKYC ଏବଂ ସମ୍ମତି ପ୍ରତ୍ୟାହାର ସମ୍ବନ୍ଧୀୟ ସମସ୍ୟା ପାଇଁ, ବ୍ୟବସାୟୀ ନିମ୍ନଲିଖିତ ଉପାୟଗୁଡ଼ିକ ମାଧ୍ୟମରେ ଯୋଗାଯୋଗ କରିପାରିବେ କିମ୍ବା ଅଭିଯୋଗ କରିପାରିବେ:
    •  ବ୍ୟବସାୟୀ ଇନବାଉଣ୍ଡ ସହାୟତା ଟିମ୍‍ ସହ 080-6872-7777 / 022-6872-7777 ନମ୍ବରରେ ଯୋଗାଯୋଗ କରିପାରିବେ। ଆମେ ସକାଳ 7 ଟାରୁ ମଧ୍ୟରାତ୍ରି 12 ଟା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରୁ।
    • ବ୍ୟବସାୟୀ PhonePe Business ଆପର ହୋମ୍‍ ପେଜରେ ଥିବା (?) ଆଇକନ୍ ଉପରେ କ୍ଲିକ୍ କରି PhonePe ମର୍ଚାଣ୍ଟ ସହାୟତା ସହିତ ଏକ ଟିକେଟ ଆରମ୍ଭ କରିପାରିବେ।
  •  ଅଭିଯୋଗଟି ପଞ୍ଜିକୃତ ଉତ୍ସରୁ ଆସିଛି ନା ନାହିଁ ତାହା ନିଶ୍ଚିତ କରିବା ପାଇଁ, ବ୍ୟବସାୟୀଙ୍କ ଦ୍ୱାରା ପଞ୍ଜିକୃତ ଇମେଲ୍‍ ଆଇଡି କିମ୍ବା ପଞ୍ଜିକୃତ ମୋବାଇଲ୍‍ ନମ୍ବର କନଫର୍ମ କରାହୋଇଥାଏ। କେଉଁ ପ୍ରକାରର ସମସ୍ୟା ବିଷୟରେ ଅଭିଯୋଗ କରାଯାଇଛି ତାହା ଆଧାରରେ, ଟିକେଟଟି ସମ୍ବନ୍ଧୀୟ ଆଭ୍ୟନ୍ତରୀଣ ଟିମକୁ ଦିଆଯିବ ଯିଏ ନିର୍ଦ୍ଦାରିତ ସମୟସୀମା ମଧ୍ୟରେ ଏହାର ସମାଧାନ କରିବେ।
  • ଅନବୋର୍ଡିଂ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ସମାଧାନର ସମୟସୀମା 5ଟି କାର୍ଯ୍ୟଦିବସ ହେବ ଏବଂ ସମ୍ମତି ପ୍ରତ୍ୟାହାର ପାଇଁ ସମୟସୀମା 30 କ୍ୟାଲେଣ୍ଡର ଦିନ ହେବ।

 ବ୍ଯବସାୟୀ ଅଭିଯୋଗ ପ୍ରତିକାର

ଅଫଲାଇନ ବ୍ୟବସାୟୀଙ୍କ ପାଇଁ

ସ୍ତର – 1

  1. ଅଭିଯୋଗ ପଞ୍ଜିକରଣ:
  •   ଆପଣ PhonePe Business ଆପର ହୋମ୍‍ ପେଜରେ ଥିବା (?) ଆଇକନ ଉପରେ କ୍ଲିକ୍ କରି PhonePe ମର୍ଚାଣ୍ଟ ସହାୟତା ସହ ଆପଣଙ୍କର ଅଭିଯୋଗକୁ  ପଞ୍ଜିକରଣ କରିପାରିବେ।
  • ବୈକଳ୍ପିକ  ରୂପେ, PhonePe Business ଡ୍ୟାସବୋର୍ଡର ହୋମ୍‍ ପେଜରେ ଥିବା (?) ଆଇକନ ଉପରେ କ୍ଲିକ୍ କରି https://business.phonepe.com/faq ରେ ମଧ୍ୟ ଆପଣ ଅଭିଯୋଗ ପଞ୍ଜିକରଣ କରିପାରିବେ।
  • ଆମେ ଦିନକୁ 24 ଘଣ୍ଟା ଏବଂ ସପ୍ତାହରେ 7 ଦିନ ଗ୍ରାହକ ସହାୟତା ସେବା ପ୍ରଦାନ କରୁ।

2. ଅଭିଯୋଗର ସମାଧାନ

  • ଅଭିଯୋଗ ଗ୍ରହଣ କରିବାର 24 ଘଣ୍ଟା ମଧ୍ୟରେ ଆମେ ପ୍ରଥମ ପ୍ରତିକ୍ରିୟା ଦେବାକୁ ପ୍ରତିଶ୍ରୁତିବଦ୍ଧ।
  • ଆମେ ଆପଣଙ୍କର ସମସ୍ତ ଅଭିଯୋଗ / ପ୍ରଶ୍ନଗୁଡ଼ିକ 7 ଦିନ ମଧ୍ୟରେ ସମାଧାନ କରିବାକୁ ଲକ୍ଷ୍ୟ ରଖିଛୁ।
  • ବ୍ୟାଙ୍କିଂ, କାର୍ଯ୍ୟକ୍ଷମ କିମ୍ବା ଯାନ୍ତ୍ରିକ କାରଣରୁ ଆପଣଙ୍କ ଅଭିଯୋଗର ସମାଧାନ ବିଳମ୍ବ ହୋଇପାରେ। ଏପରି ପରିସ୍ଥିତିରେ, ଆପଣଙ୍କ ଅଭିଯୋଗର ସମାଧାନ ହେବାର ସମୟସୀମା ବିଷୟରେ ଆପଣକୁ ସକ୍ରିୟ ଭାବରେ ଅବଗତ କରାଯିବ।
  • ଏକାଧିକ ଏଜେନ୍ସିଙ୍କ ସମ୍ପୃକ୍ତି ଯୋଗୁଁ ‘ଠକେଇ ଏବଂ ବିପଦ ମୂଲ୍ୟାଙ୍କନ’ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ଯାଞ୍ଚ କରିବା ପାଇଁ ଅଧିକ ସମୟ ଲାଗିଥାଏ। ଏପରି କିଛି ପରିସ୍ଥିତିର ସମାଧାନ ସମୟ ପରିସ୍ଥିତିର ଗମ୍ଭୀରତା ଏବଂ ଜଟିଳତା ଉପରେ ନିର୍ଭର କରିଥାଏ। ଏହିପରି କ୍ଷେତ୍ରରେ ଆପଣଙ୍କୁ ସମୟସୀମା ବିଷୟରେ ସକ୍ରିୟ ଭାବରେ ଅବଗତ କରାଯିବ।

ଧ୍ୟାନ ଦିଅନ୍ତୁ: ସମାଧାନ ହେବାରେ ଯଦି ବିଳମ୍ବ ହୁଏ ତେବେ ଏ ବିଷୟରେ ୟୁଜରମାନଙ୍କୁ ସକ୍ରିୟ ଭାବରେ ଅବଗତ କରାଯାଏ।

ଯଦି ୟୁଜର ସନ୍ତୁଷ୍ଟ ହୁଅନ୍ତି ନାହିଁ ତେବେ ଅଭିଯୋଗକୁ  2ୟ ସ୍ତରରେ ଏସ୍କେଲେସନ କରାଯାଏ।

ସ୍ତର – 2

  1. ଅଭିଯୋଗ ପଞ୍ଜିକରଣ:

ଆପଣଙ୍କ ଅଭିଯୋଗକୁ ଏସ୍କେଲେଟ୍ କରିବା ପାଇଁ ଆପଣ ନିମ୍ନଲିଖିତ ଯେକୌଣସି ଚ୍ୟାନେଲଗୁଡ଼ିକୁ ଆକ୍ସେସ କରିପାରିବେ। 080-6872-7777/ 022-6872-7777 ନମ୍ବରରେ ଆମର ମର୍ଚାଣ୍ଟ ସହାୟତା କେନ୍ଦ୍ରକୁ କଲ୍‍ କରନ୍ତୁ। ଆମେ ସକାଳ 7 ଟାରୁ ମଧ୍ୟରାତ୍ରି 12 ଟା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରୁ।

2. ଅଭିଯୋଗର ସମାଧାନ:

  • ଆମେ କଲ୍‍‌ରେ ହିଁ ପ୍ରଥମ ପ୍ରତିକ୍ରିୟା ଦେବାକୁ ପ୍ରତିଶ୍ରୁତିବଦ୍ଧ।
  • ଆମେ 7 ଦିନ ମଧ୍ୟରେ 2ୟ ସ୍ତରର ସମସ୍ତ  ଅଭିଯୋଗର ସମାଧାନ କରିବାକୁ ଲକ୍ଷ୍ୟ ରଖୁ। ସମାଧାନ ସମୟରେ କୌଣସି ବିଳମ୍ବ ହେଲେ ଆପଣଙ୍କୁ ସକ୍ରିୟ ଭାବରେ ଜଣାଇ ଦିଆଯିବ।

ସ୍ତର – 3

1.        ଅଭିଯୋଗ ପଞ୍ଜିକରଣ:

ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, 2000 ଏବଂ ତା’ପରେ ପ୍ରସ୍ତୁତ ନିୟମ ଅନୁଯାୟୀ, ନୋଡାଲ ଅଧିକାରୀ ଏବଂ ମୁଖ୍ୟ ନୋଡାଲ ଅଧିକାରୀଙ୍କ ନାମ ଏବଂ ଯୋଗାଯୋଗ ବିବରଣୀ ନିମ୍ନରେ ପ୍ରଦାନ କରାଯାଇଛି:

ଯୋଗାଯୋଗ କରନ୍ତୁ:

ମୁଖ୍ୟ ନୋଡାଲ ଅଧିକାରୀ – ସିନୁ ସୁଧାକର  

ନୋଡଲ ଅଧିକାରୀ /ଅଭିଯୋଗ ଅଧିକାରୀ – ସିଞ୍ଚନ କୁମାର ସାହା

ଫୋନ୍‍: 080-68727374/022-68727374

ୱେବ ପେଜ୍‍: https://grievance.phonepe.com/

ଠିକଣା – ଅଫିସ୍‍-2, ଫ୍ଲୋର 4,5,6,7, ୱିଙ୍ଗ A, ବ୍ଲକ A, ସାଲାରପୁରିଆ ସୋଫ୍ଟଜୋନ, ସର୍ଭିସ ରୋଡ୍, ଗ୍ରିନ ଗ୍ଲେନ ଲେଆଉଟ, ବେଲାନ୍ଦୁର, ବେଙ୍ଗାଲୁରୁ, କର୍ଣ୍ଣାଟକ-KA, ପିନ୍‍- 560103।

କାର୍ଯ୍ୟ ସମୟ: ସୋମବାର – ଶୁକ୍ରବାର ସକାଳ 10 ଟାରୁ ସନ୍ଧ୍ୟା 7 ଟା।

2.        ଅଭିଯୋଗର ସମାଧାନ:

ଅଭିଯୋଗ ଗ୍ରହଣ କରିବାର 24 ଘଣ୍ଟା ମଧ୍ୟରେ ଆମେ ପ୍ରଥମ ପ୍ରତିକ୍ରିୟା ଦେବାକୁ ପ୍ରତିଶ୍ରୁତିବଦ୍ଧ। 7ଟି ବ୍ୟବସାୟ ଦିନ ମଧ୍ୟରେ 3ୟ ସ୍ତରର ସମସ୍ତ  ଅଭିଯୋଗର ସମାଧାନ କରିବାକୁ ଆମେ ଲକ୍ଷ୍ୟ ରଖୁ। ସମାଧାନ ସମୟର କୌଣସି ବିଳମ୍ବ ହେଲେ ଆପଣଙ୍କୁ ସକ୍ରିୟ ଭାବରେ ଜଣାଇ ଦିଆଯିବ।

ସ୍ତର- 4

ଯଦି ଆପଣଙ୍କର ପ୍ରଶ୍ନ କିମ୍ବା ଅଭିଯୋଗ 30 ଦିନ ମଧ୍ୟରେ ପୂର୍ବ ସ୍ତରରେ ସନ୍ତୋଷଜନକ ଭାବରେ ସମାଧାନ ହୋଇନାହିଁ, ତେବେ ଆପଣ ଡିଜିଟାଲ୍ ଅମ୍ବଡ୍ସମ୍ୟାନରେ ଯୋଗାଯୋଗ କରିପାରିବେ ।

ଅଭିଯୋଗ କରିବା ପାଇଁ ଅମ୍ବଡ୍ସମ୍ୟାନର ପୋର୍ଟାଲ ହେଉଛି: https://cms.rbi.org.in/

ଟୋଲ୍‍- ଫ୍ରି ଫୋନ୍‍ ନମ୍ବର: 14448

ଇମେଲ୍‍ ଆଇଡି: [email protected]

ଠିକଣା – ସେଣ୍ଟ୍ରାଲାଇଜଡ ରିସିପ୍ଟ ଏଣ୍ଡ ପ୍ରୋସେସିଂ ସେଣ୍ଟର, ରିଜର୍ଭ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆ, 4ର୍ଥ ଫ୍ଲୋର୍‍, ସେକ୍ଟର 17, ଚଣ୍ଡିଗଡ଼ – 160017

ଅଧିକ ବିବରଣୀ ପାଇଁ, ଦୟାକରି ଲିଙ୍କକୁ ରେଫର୍ କରନ୍ତୁ – RBI ଆମ୍ବଡ୍ସମ୍ୟାନ।

ଅନଲାଇନ ବ୍ୟବସାୟୀଙ୍କ ପାଇଁ

ସ୍ତର – 1

1.ଅଭିଯୋଗ ପଞ୍ଜିକରଣ:

a.ଆପଣ [email protected]କୁ ଇମେଲ କରି PhonePe ମର୍ଚାଣ୍ଟ ସହାୟତାରେ ଆପଣଙ୍କ ଅଭିଯୋଗ ପଞ୍ଜିକରଣ କରିପାରିବେ।

b.ଆମେ ସପ୍ତାହର ସମସ୍ତ 7 ଦିନ ସକାଳ 10ରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ମର୍ଚାଣ୍ଟ ସହାୟତା ପ୍ରଦାନ କରିଥାଉ।

2. ଅଭିଯୋଗର ସମାଧାନ:

a.ଅଭିଯୋଗ ପାଇବାର 24 ଘଣ୍ଟା ମଧ୍ୟରେ ଆମେ ଆପଣଙ୍କୁ ଆମର ପ୍ରଥମ ଉତ୍ତର ଦେବାକୁ ପ୍ରତିଶ୍ରୁତିବଦ୍ଧ।

b. ଆମେ 7 ଦିନ ମଧ୍ୟରେ ଆପଣଙ୍କର ସମସ୍ତ ଅଭିଯୋଗ/ପ୍ରଶ୍ନର ସମାଧାନ କରିବାକୁ ଲକ୍ଷ୍ୟ ରଖୁ

c.ବ୍ୟାଙ୍କିଂ, ପରିଚାଳନାଗତ କିମ୍ବା ଯାନ୍ତ୍ରିକ କାରଣରୁ ଆପଣଙ୍କ ଅଭିଯୋଗର ସମାଧାନରେ ବିଳମ୍ବ ହୋଇପାରେ। ଏଭଳି ପରିସ୍ଥିତିରେ ଆପଣଙ୍କ ଅଭିଯୋଗର ସମାଧାନ କେଉଁ ସମୟ ମଧ୍ୟରେ ହେବ ସେ ବିଷୟରେ ଆପଣଙ୍କୁ ସକ୍ରିୟ ଭାବେ ଅବଗତ କରାଯିବ।

d.ଏକାଧିକ ଏଜେନ୍ସିର ସମ୍ପୃକ୍ତି ହେତୁ ‘ଠକେଇ ଏବଂ ବିପଦ ଆକଳନ’ ସମ୍ବନ୍ଧୀୟ ଅଭିଯୋଗର ତଦନ୍ତ ପାଇଁ ଅନେକ ସମୟରେ ଅଧିକ ସମୟ ଲାଗିଥାଏ। ଏଭଳି ମାମଲାରେ ସମାଧାନର ସମୟ ମାମଲାର ଗମ୍ଭୀରତା ଏବଂ ଜଟିଳତା ଉପରେ ନିର୍ଭର କରେ। ଏଭଳି କ୍ଷେତ୍ରରେ ଆପଣଙ୍କୁ ସମୟ ବିଷୟରେ ସକ୍ରିୟ ଭାବେ ଅବଗତ କରାଯିବ।

ଧ୍ୟାନ ରଖନ୍ତୁ: ୟୁଜରମାନଙ୍କୁ ସମାଧାନରେ ହେବାକୁ ଥିବା ବିଳମ୍ବ ବିଷୟରେ ସକ୍ରିୟ ଭାବରେ ଅବଗତ କରାଯାଏ।

ସ୍ତର 2

1. ଅଭିଯୋଗ ପଞ୍ଜିକରଣ:

ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ, 2000 ଏବଂ ଏହା ଅଧୀନରେ ପ୍ରସ୍ତୁତ ନିୟମାବଳୀ ଅନୁଯାୟୀ, ନୋଡାଲ ଅଫିସର ଏବଂ ପ୍ରିନ୍ସିପାଲ ନୋଡାଲ ଅଫିସରଙ୍କ ନାମ ଏବଂ ଯୋଗାଯୋଗ ବିବରଣୀ ନିମ୍ନରେ ପ୍ରଦାନ କରାଯାଇଛି:

ଯୋଗାଯୋଗ:

ମୁଖ୍ୟ ନୋଡାଲ ଅଫିସର – ସିନୁ ସୁଧାକର

ନୋଡାଲ ଅଫିସର/ଅଭିଯୋଗ ଅଫିସର – ସିଞ୍ଚନ କୁମାର ସାହା

ଫୋନ: 080-6872-7777/ 022-6872-7777

ୱେବପେଜ:  https://grievance.phonepe.com/

ଠିକଣା- ଅଫିସ-2, ଫ୍ଲୋର 4,5,6,7, ୱିଙ୍ଗ A, ବ୍ଲକ A, ସଲାରପୁରିଆ ସୋଫ୍ଟଜୋନ, ସର୍ଭିସ ରୋଡ, ଗ୍ରୀନ ଗ୍ଲେନ ଲେଆଉଟ, ବେଲାନ୍ଦୁର, ବେଙ୍ଗାଲୁରୁ, କର୍ଣ୍ଣାଟକ-KA, ପିନ- 560103

କାର୍ଯ୍ୟ ସମୟ: ସୋମବାର-ଶୁକ୍ରବାର ସକାଳ 10ରୁ ସନ୍ଧ୍ୟା 7ଟା

2.  ଅଭିଯୋଗର ସମାଧାନ:

ଅଭିଯୋଗ ପାଇବାର 24 ଘଣ୍ଟା ମଧ୍ୟରେ ଆମେ ଆପଣଙ୍କୁ ଆମର ପ୍ରଥମ ଉତ୍ତର ଦେବାକୁ ପ୍ରତିଶ୍ରୁତିବଦ୍ଧ।

ଆମେ 7 କାର୍ଯ୍ୟଦିବସ ମଧ୍ୟରେ ସମସ୍ତ ସ୍ତର 2 ଅଭିଯୋଗର ସମାଧାନ କରିବାକୁ ଲକ୍ଷ୍ୟ ରଖୁ। ସମାଧାନ ସମୟରେ କୌଣସି ବିଳମ୍ବ ହେଲେ ସକ୍ରିୟ ଭାବରେ ଆପଣଙ୍କୁ ଜଣାଇ ଦିଆଯିବ।

ସ୍ତର – 3

ଯଦି 30 ଦିନ ମଧ୍ୟରେ ପୂର୍ବ ସ୍ତରଗୁଡ଼ିକରେ ଆପଣଙ୍କ ପ୍ରଶ୍ନ କିମ୍ବା ଅଭିଯୋଗର ସନ୍ତୋଷଜନକ ସମାଧାନ ହୋଇନାହିଁ, ତେବେ ଆପଣ ଡିଜିଟାଲ୍ ଅମ୍ବଡ୍ସମ୍ୟାନରେ ଯୋଗାଯୋଗ କରିପାରିବେ।

ଅଭିଯୋଗ କରିବା ପାଇଁ ଅମ୍ବଡ୍ସମ୍ୟାନର ପୋର୍ଟାଲ ହେଉଛି: https://cms.rbi.org.in/ 

ଟୋଲ୍ ଫ୍ରି ଫୋନ ନଂ: 14448

ଇମେଲ ଆଇଡି: [email protected] 

ଠିକଣା – ସେଣ୍ଟ୍ରାଲାଇଜ୍ଡ ରିସିଟ ଆଣ୍ଡ ପ୍ରୋସେସିଂ ସେଣ୍ଟର, ଭାରତୀୟ ରିଜର୍ଭ ବ୍ୟାଙ୍କ, 4ର୍ଥ ଫ୍ଲୋର, ସେକ୍ଟର 17, ଚଣ୍ଡୀଗଡ଼ – 160017

ଅଧିକ ବିବରଣୀ ପାଇଁ, ଦୟାକରି ଏହି ଲିଙ୍କ ଦେଖନ୍ତୁ – RBI ଆମ୍ବଡ୍ସମ୍ୟାନ।

PhonePe Logo

Business Solutions

  • Payment Gateway
  • Guardian by PhonePe
  • Express Checkout
  • PhonePe Switch
  • Offline Merchant
  • Advertise on PhonePe
  • SmartSpeaker
  • Phonepe Lending
  • POS Machine

Insurance

  • Motor Insurance
  • Bike Insurance
  • Car Insurance
  • Health Insurance
  • Arogya Sanjeevani Policy
  • Life Insurance
  • Term Life Insurance
  • Personal Accident Insurance
  • Travel Insurance
  • Domestic Travel Insurance
  • International Travel Insurance

Investments

  • 24K Gold
  • Liquid Funds
  • Tax Saving Funds
  • Equity Funds
  • Debt Funds
  • Hybrid Funds

General

  • About Us
  • Careers
  • Contact Us
  • Press
  • Ethics
  • Report Vulnerability
  • Merchant Partners
  • Blog
  • Tech Blog
  • PhonePe Pulse

Legal

  • Terms & Conditions
  • Privacy Policy
  • Grievance Policy
  • How to Pay
  • E-Waste Policy
  • Trust & Safety
  • Global Anti-Corruption Policy

Certification

Sisa Logoexternal link icon

See All Apps

Download PhonePe App Button Icon
LinkedIn Logo
Twitter Logo
Fb Logo
YT Logo
© 2024, All rights reserved
PhonePe Logo

Business Solutions

arrow icon
  • Payment Gateway
  • Guardian by PhonePe
  • Express Checkout
  • PhonePe Switch
  • Offline Merchant
  • Advertise on PhonePe
  • SmartSpeaker
  • Phonepe Lending
  • POS Machine

Insurance

arrow icon
  • Motor Insurance
  • Bike Insurance
  • Car Insurance
  • Health Insurance
  • Arogya Sanjeevani Policy
  • Life Insurance
  • Term Life Insurance
  • Personal Accident Insurance
  • Travel Insurance
  • Domestic Travel Insurance
  • International Travel Insurance

Investments

arrow icon
  • 24K Gold
  • Liquid Funds
  • Tax Saving Funds
  • Equity Funds
  • Debt Funds
  • Hybrid Funds

General

arrow icon
  • About Us
  • Careers
  • Contact Us
  • Press
  • Ethics
  • Report Vulnerability
  • Merchant Partners
  • Blog
  • Tech Blog
  • PhonePe Pulse

Legal

arrow icon
  • Terms & Conditions
  • Privacy Policy
  • Grievance Policy
  • How to Pay
  • E-Waste Policy
  • Trust & Safety
  • Global Anti-Corruption Policy

Certification

Sisa Logo

See All Apps

Download PhonePe App Button Icon
LinkedIn Logo
Twitter Logo
Fb Logo
YT Logo
© 2024, All rights reserved