PhonePe Logo
phonepe logo
Business SolutionsPressCareersAbout UsBlogContact UsTrust & Safety
hamburger menu
✕
HomeBusiness SolutionsPressCareersAbout UsBlogContact UsTrust & Safety
Privacy Policy

ବ୍ୟବହାରର ସର୍ତ୍ତାବଳୀ – ଷ୍ଟୋରଗୁଡ଼ିକ

Englishગુજરાતીதமிழ்తెలుగుमराठीമലയാളംঅসমীয়াবাংলাहिन्दीಕನ್ನಡଓଡ଼ିଆ
< Back

ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, 2000 ଅନୁଯାୟୀ ଏହି ଡକ୍ୟୁମେଣ୍ଟ ଏକ ଇଲେକ୍ଟ୍ରୋନିକ ରେକର୍ଡ ଅଟେ, ଯେଉଁଥିରେ ସମୟ ସମୟରେ ଏହାର ଯେକୌଣସି ସଂଶୋଧନ, ଏହା ଅନ୍ତର୍ଗତ ପ୍ରଯୁଜ୍ୟ ନିୟମାବଳୀ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ 2000 ଦ୍ୱାରା ସଂଶୋଧିତ ବିଭିନ୍ନ ନିୟମରେ ଇଲେକ୍ଟ୍ରୋନିକ ରେକର୍ଡ ସମ୍ବନ୍ଧୀୟ ସଂଶୋଧିତ ବ୍ୟବସ୍ଥା ଅନ୍ତର୍ଭୁକ୍ତ ଅଟେ। ଏହି ଇଲେକ୍ଟ୍ରୋନିକ ରେକର୍ଡ ଏକ କମ୍ପ୍ୟୁଟର ସିଷ୍ଟମ ଦ୍ୱାରା ସୃଷ୍ଟି ହୋଇଥାଏ ଏବଂ ଏହା କୌଣସି ଫିଜିକାଲ କିମ୍ବା ଡିଜିଟାଲ ଦସ୍ତଖତ ଆବଶ୍ୟକ କରେ ନାହିଁ।

ଏହି ବ୍ୟବହାରର ସର୍ତ୍ତାବଳୀ – ଷ୍ଟୋରଗୁଡ଼ିକ (“ସର୍ତ୍ତାବଳୀ”) PhonePe ମୋବାଇଲ ଆପ୍ଲିକେସନ (“ସୂଚନା”)ରେ ଥିବା “ଷ୍ଟୋରଗୁଡ଼ିକ” ଟେବରେ ପ୍ରଦତ୍ତ ସୂଚନାକୁ ନିୟନ୍ତ୍ରଣ କରେ। PhonePe ମୋବାଇଲ ଆପ୍ଲିକେସନ (“PhonePe ଆପ୍‍”)  କମ୍ପାନୀ ଆକ୍ଟ, 1956 ଅଧିନରେ PhonePe ପ୍ରାଇଭେଟ ଲିମିଟେଡ ଦ୍ୱାରା ଅଫର କରାଯାଇଛି, ଯାହାର ପଞ୍ଜିକୃତ ଅଫିସ୍‍ ହେଲା ଅଫିସ୍‍-2, ଫ୍ଲୋର 4,5,6,7, ୱିଙ୍ଗ A, ବ୍ଲକ A, ସାଲାରପୁରିଆ ସୋଫ୍ଟଜୋନ, ସର୍ଭିସ ରୋଡ୍‍, ଗ୍ରୀନ ଗ୍ଲେନ ଲେଆଉଟ, ବେଲାନ୍ଦୁର, ବାଙ୍ଗାଲୋର, ସାଉଥ ବାଙ୍ଗାଲୋର, କର୍ଣ୍ଣାଟକ – 560103, ଭାରତ (ଏବେ “PhonePe” ଭାବେ ରେଫର କରାଯାଏ)।

PhonePe ଆପ୍‍ (“ଷ୍ଟୋରଗୁଡ଼ିକ”)ରେ ଥିବା “ଷ୍ଟୋରଗୁଡ଼ିକ” ଟେବକୁ ଆକ୍ସେସ କରି ଆପଣ ଏହି ସର୍ତ୍ତାବଳୀ ପାଳନ କରିବାକୁ ରାଜି ହୁଅନ୍ତି। ଆମେ ଯେକୌଣସି ସମୟରେ PhonePe ୱେବସାଇଟ (ଗୁଡି଼କ) ଏବଂ/କିମ୍ବା PhonePe ଆପରେ ଏକ ଅପଡେଟ ହୋଇଥିବା ଭର୍ସନ ପୋଷ୍ଟ କରି ଏହି ସର୍ତ୍ତାବଳୀଗୁଡ଼ିକୁ ସଂଶୋଧନ କରିପାରୁ। ପୋଷ୍ଟ କରାଯିବା ପରେ ଏହି ଅପଡେଟ ହୋଇଥିବା ସର୍ତ୍ତାବଳୀ ତୁରନ୍ତ କାର୍ଯ୍ୟକାରୀ ହେବ। ଯଦି କୌଣସି ଅପଡେଟ/ପରିବର୍ତ୍ତନ ହୋଇଛି ତେବେ ପର୍ଯ୍ୟାୟକ୍ରମେ ଏହି ସର୍ତ୍ତାବଳୀର ସମୀକ୍ଷା କରିବା ଆପଣଙ୍କର ଦାୟିତ୍ୱ ଅଟେ। ପରିବର୍ତ୍ତନଗୁଡ଼ିକର ପୋଷ୍ଟିଂ ପରେ ଆପଣ PhonePe ଆପ ବ୍ଯବହାର କରିବା ଜାରି ରଖିଲେ ଏହାର ଅର୍ଥ ହେବ ଯେ ଆପଣ ସଂଶୋଧନ(ଗୁଡି଼କୁ)/ପରିବର୍ତ୍ତନ(ଗୁଡି଼କୁ) ଗ୍ରହଣ କରନ୍ତି ଏବଂ ଏଥିରେ ରାଜି ହୁଅନ୍ତି।

ଷ୍ଟୋରଗୁଡ଼ିକ ଉପରେ ସୂଚନା

ଆପଣଙ୍କ ଲୋକେସନକୁ ଆଧାର କରି (ସାଧାରଣ ଭାବେ PhonePe ଆପ ଆକ୍ସେସ କରିବା ସମୟରେ ଆପଣଙ୍କ ଦ୍ୱାରା ଅନୁମତି ଦିଆଯାଇଥାଇପାରେ କିମ୍ବା ନିର୍ଦ୍ଦିଷ୍ଟ ଭାବେ ଷ୍ଟୋରଗୁଡ଼ିକରେ ଥିବା ସମୟରେ ଆପଣଙ୍କ ଦ୍ୱାରା ସୂଚିତ କରାଯାଇଥାଏ) PhonePe ଷ୍ଟୋରଗୁଡ଼ିକରେ ଆପଣଙ୍କୁ ନିକଟସ୍ଥ ସେବା ପ୍ରଦାନକାରୀ (ଯାହା ଦୋକାନ, ଆଉଟଲେଟ, ପ୍ରତିଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କୁ ଅନ୍ତର୍ଭୁକ୍ତ କରେ କିନ୍ତୁ ଏତିକିରେ ସୀମିତ ନୁହେଁ ଏବଂ ପରବର୍ତ୍ତୀ ସମୟରେ ସାମୂହିକ ଭାବେ ସର୍ଭିସ ଏଣ୍ଟିଟି ଭାବରେ ରେଫର କରାଯାଏ)ଙ୍କ ବିଷୟରେ ସୂଚନା ପ୍ରଦାନ କରିଥାଏ, ଯେଉଁଥିରେ ଗ୍ରୋସରୀ, ସ୍ୱାସ୍ଥ୍ୟସେବା, ସୁସ୍ଥତା (ୱେଲନେସ), ଖାଦ୍ୟ, ପାନୀୟ, ରିଟେଲ୍, ସପିଂ, ମନୋରଞ୍ଜନ, ହୋଟେଲ, ରହଣି ଇତ୍ୟାଦି ବର୍ଗଗୁଡ଼ିକ ଅନ୍ତର୍ଭୁକ୍ତ।

ଏଠାରେ ସ୍ପଷ୍ଟ ଭାବରେ ପ୍ରଦାନ କରାଯାଇଥିବା ଏବଂ ଆଇନ ଦ୍ୱାରା ଅନୁମୋଦିତ ସମ୍ପୂର୍ଣ୍ଣ ସୀମା ପର୍ଯ୍ଯନ୍ତ, ସର୍ଭିସ ଏଣ୍ଟିଟିଗୁଡ଼ିକ ସମ୍ବନ୍ଧୀୟ ସୂଚନା (ସେମାନଙ୍କ ପ୍ରଡକ୍ଟ / ସେବା ଅଫରିଂ, ଖୋଲା ଥିବା / ବନ୍ଦ ଥିବା ସ୍ଥିତି, ଯୋଗାଯୋଗ ସୂଚନା, ଠିକଣା, ଡାଇରେକ୍ସନ, ଟଙ୍କା ପାଇବାକୁ ଥିବା ବ୍ଯକ୍ତିଙ୍କ ବିବରଣୀ, ଫଟୋଗ୍ରାଫ ଇତ୍ୟାଦି ଅନ୍ତର୍ଭୁକ୍ତ କରେ), ଯେପରି PhonePeକୁ ସର୍ଭିସ ଏଣ୍ଟିଟି ଦ୍ୱାରା ଯେମିତି ଭାବେ ଘୋଷଣା / ଦାଖଲ କରାଯାଇଛି ଏବଂ PhonePe ମୋବାଇଲ ଆପ୍ଲିକେସନର ୟୁଜରଙ୍କ ଦ୍ୱାରା ଯେପରି ସଂପୃକ୍ତ ସର୍ଭିସ ଏଣ୍ଟିଟିଗୁଡ଼ିକ ପାଇଁ ସମୀକ୍ଷା / ହାରାହାରି ମୂଲ୍ୟାୟନ (ଏଭରେଜ ରେଟିଂ) ଦାଖଲ କରାଯାଇଛି, ତାହା ଷ୍ଟୋରଗୁଡ଼ିକରେ PhonePe ଦ୍ୱାରା “ଯେପରି ଅଛି”, “ଯେପରି ଉପଲବ୍ଧ ଅଛି” ଏବଂ “ସମସ୍ତ ତ୍ରୁଟି ସହିତ” ଭାବେ ପ୍ରଦର୍ଶିତ ହୋଇଥାଏ ଏବଂ ଏହା କେବଳ ଆପଣଙ୍କ ରେଫରେନ୍ସ  ପାଇଁ ଉଦ୍ଦିଷ୍ଟ ଅଟେ।

ଷ୍ଟୋରଗୁଡ଼ିକରେ ଏହିପରି ସୂଚନା ଆକ୍ସେସ / ବ୍ୟବହାର କରିବା ସମୟରେ, ଆପଣ (a) ଯୋଗାଯୋଗ କରିବା (ଇଣ୍ଟରାକ୍ଟ) କିମ୍ବା ଆପଣଙ୍କ ସୂଚନା ପ୍ରଦାନ କରିବା ପୂର୍ବରୁ (ସ୍ୱାଧୀନ ଭାବରେ କିମ୍ବା ଷ୍ଟୋରଗୁଡ଼ିକ ମଧ୍ୟରେ ସକ୍ଷମ ହୋଇଥିବା ଚାଟ୍ ଫିଚର ମାଧ୍ୟମରେ) କିମ୍ବା (b) ଏହିପରି ସର୍ଭିସ ଏଣ୍ଟିଟିଗୁଡ଼ିକରୁ କୌଣସି ପ୍ରଡକ୍ଟ(ଗୁଡ଼ିକ) କିମ୍ବା ସେବା(ଗୁଡ଼ିକ) (PhonePe ATM ସେବା ଅନ୍ତର୍ଭୁକ୍ତ) କିଣିବା/ ଲାଭ ନେବା ପୂର୍ବରୁ ସତର୍କତା ଅବଲମ୍ବନ କରନ୍ତୁ ଓ ଯତ୍ନବାନ ହୁଅନ୍ତୁ।

ଅସ୍ୱୀକରଣ

ଆପଣ ସ୍ୱୀକାର କରନ୍ତି ଯେ ଷ୍ଟୋରଗୁଡ଼ିକରେ ସୂଚନା ବ୍ୟବହାରରୁ ଉପୁଜୁଥିବା ସମସ୍ତ ରିସ୍କ ଆପଣଙ୍କର ଅଟେ ଏବଂ ଆପଣ ଯେକୌଣସି ପ୍ରକାରେ ଏହି ସମାନ କାରଣ ପାଇଁ PhonePeକୁ ଦାୟୀ କରିବେ ନାହିଁ। ଆହୁରି ମଧ୍ଯ, ଗୁଣବତ୍ତା, ମର୍ଚାଣ୍ଟେବଲିଟୀ, ତ୍ରୁଟି, ଡେଲିଭରି ନ ହେବା, ପ୍ରଡକ୍ଟ(ଗୁଡ଼ିକ) / ସେବା(ଗୁଡି଼କ)ର ଡେଲିଭରିରେ ବିଳମ୍ବ ସମ୍ପର୍କରେ ସମସ୍ତ ବିବାଦର ସମାଧାନ ଆପଣ ଏବଂ ସର୍ଭିସ ଏଣ୍ଟିଟି ମଧ୍ୟରେ ସିଧାସଳଖ ଭାବେ ହେବ ଏବଂ PhonePe ଏହିପରି କୌଣସି ବିବାଦର ପକ୍ଷ ହେବ ନାହିଁ।

  1. ଷ୍ଟୋରଗୁଡ଼ିକରେ ଉପଲବ୍ଧ ସୂଚନାର ସଠିକତା ଏବଂ ସତ୍ୟତା ସମ୍ବନ୍ଧରେ PhonePe କୌଣସି ୱାରେଣ୍ଟି ଦିଏ ନାହିଁ, ଜଣାଏ ନାହିଁ କିମ୍ବା ସୂଚିତ କରେ ନାହିଁ। PhonePe ନିଜ ତରଫରୁ କୌଣସି ୱାରେଣ୍ଟି ଦେବାକୁ କାହାକୁ ଅନୁମତି ଦିଏ ନାହିଁ ଏବଂ ଆପଣ ଏହିପରି କୌଣସି ବିବୃତ୍ତି ଉପରେ ନିର୍ଭର କରିବା ଉଚିତ ନୁହେଁ। ଷ୍ଟୋରଗୁଡ଼ିକରେ ଉପଲବ୍ଧ ସୂଚନାର ସଠିକତା, ସମ୍ପୂର୍ଣ୍ଣତା ଏବଂ ଉପଯୋଗିତାକୁ ମୂଲ୍ୟାଙ୍କନ କରିବା ଆପଣଙ୍କ ଦାୟିତ୍ୱ ଅଟେ।
  2. ସର୍ଭିସ ଏଣ୍ଟିଟିଗୁଡ଼ିକ PhonePeକୁ ପ୍ରତିନିଧିତ୍ୱ କରୁଥିବା ବିବେଚନା କରାଯିବ ନାହିଁ ଏବଂ ଏହିପରି ସର୍ଭିସ ଏଣ୍ଟିଟିଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରଡକ୍ଟ(ଗୁଡ଼ିକ) / ସେବା(ଗୁଡ଼ିକ) କୌଣସି ଭାବେ PhonePeର/ PhonePe ଦ୍ୱାରା ପ୍ରଦତ୍ତ/ ଯୋଗାଇ ଦିଆଯାଇଛି ବୋଲି ଧରାଯିବ ନାହିଁ।
  3. PhonePe ATM ସେବା ସମ୍ବନ୍ଧରେ, ସର୍ଭିସ ଏଣ୍ଟିଟି ପେମେଣ୍ଟ ପ୍ରଦାନ ନକରିବା, ପ୍ରଦାନ କରାଯାଇଥିବା ପେମେଣ୍ଟରେ ପାର୍ଥକ୍ୟ, ଡିନୋମିନେସନ ସମ୍ବନ୍ଧୀୟ ସମସ୍ୟା, ନକଲି ମୁଦ୍ରା ଆଦି କାରଣକୁ ଅନ୍ତର୍ଭୁକ୍ତ କରି କିନ୍ତୁ ଏତିକିରେ ସୀମିତ ନ ରଖି ଆପଣଙ୍କ ଏବଂ ସଂପୃକ୍ତ ସର୍ଭିସ ଏଣ୍ଟିଟିଗୁଡ଼ିକ ମଧ୍ୟରେ କୌଣସି ବିବାଦ ହେଲେ, ଏଥିପାଇଁ PhonePe ଦାୟୀ ରହିବ ନାହିଁ। ଆପଣ ଏହା କେବଳ ନିଜ ରିସ୍କରେ କରିବେ।

ଅନ୍ୟାନ୍ୟ

  1. ଯେକୌଣସି ଭାବରେ ସର୍ଭିସ ଏଣ୍ଟିଟିଗୁଡ଼ିକଠାରୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ହୋଇଥିବା ଯେକୌଣସି ଇଣ୍ଟରାକ୍ସନ, ପ୍ରଡକ୍ଟ(ଗୁଡ଼ିକ)/ ସେବାଗୁଡ଼ିକର କିଣିବା / ଲାଭ ଉଠାଇବାରୁ ହୋଇଥିବା କୌଣସି ଏବଂ ସମସ୍ତ କ୍ଷତି, ହାନି, କାର୍ଯ୍ୟ, ଦାବି ଏବଂ ଦାୟିତ୍ୱ (ଆଇନଗତ ଖର୍ଚ୍ଚ ଅନ୍ତର୍ଭୁକ୍ତ କରି) ପାଇଁ ଆପଣ PhonePe, ଏହାର ସହଯୋଗୀ, କର୍ମଚାରୀ, ନିର୍ଦ୍ଦେଶକ, ଅଧିକାରୀ, ଏଜେଣ୍ଟ ଏବଂ ପ୍ରତିନିଧୀଙ୍କୁ ଆପଣ ଇନଡେମନିଫାଏ ରଖିବେ ଏବଂ କ୍ଷତିପୂରଣ ପାଇଁ ଦାୟୀ କରିବେ ନାହିଁ। ପ୍ରଦାନ କରାଯାଇଥିବା ସୂଚନା ବ୍ୟବହାର କିମ୍ବା ବ୍ଯବହାର କରିବାରେ ଅକ୍ଷମତା ଦ୍ୱାରା ସୃଷ୍ଟି କିମ୍ବା ଚୁକ୍ତି, ଟର୍ଟ, ଅବହେଳା, ୱାରେଣ୍ଟିରେ କିମ୍ବା ଅନ୍ୟଥା ସୃଷ୍ଟି, ଚୁକ୍ତିରେ, ଅବହେଳାରେ ବା ଟର୍ଟରେ କିମ୍ବା ଅନ୍ୟଥା ଯେକୌଣସି ଭାବେ ଲାଭ କିମ୍ବା ରାଜସ୍ୱ ହରାଇବା, ବ୍ୟବସାୟରେ ବାଧା, ବ୍ୟବସାୟ ସୁଯୋଗ ହରାଇବା, ତଥ୍ୟ ହରାଇବା କିମ୍ବା ଅନ୍ୟ ଅର୍ଥନୈତିକ ଇଣ୍ଟରେଷ୍ଟ ହରାଇବା ଆଦିକୁ ଅନ୍ତର୍ଭୁକ୍ତ କରି କିନ୍ତୁ ଏତିକିରେ ସୀମିତ ନକରି କୌଣସି ଘଟଣାରେ PhonePe କୌଣସି ପରୋକ୍ଷ, ପରିଣାମଗତ, ଘଟଣାଜନିତ, ସ୍ୱତନ୍ତ୍ର କିମ୍ବା ଦଣ୍ଡନୀୟ କ୍ଷତି ପାଇଁ ଦାୟୀ ରହିବ ନାହିଁ।
    ଯଦି ସର୍ଭିସ ଏଣ୍ଟିଟିଗୁଡ଼ିକ ସହିତ ଆପଣଙ୍କର କୌଣସି ବିବାଦ ଅଛି, ତେବେ ସେହି ବିବାଦରୁ ଉତ୍ପନ୍ନ କିମ୍ବା ଏଥିସହ କୌଣସି ପ୍ରକାରେ ଜଡି଼ତ ଥିଲେ ଆପଣ PhonePe (ଏହାର ସହଯୋଗୀ ଏବଂ ଅଧିକାରୀ, ନିର୍ଦ୍ଦେଶକ, ଏଜେଣ୍ଟ, ଏବଂ ଏହାର କର୍ମଚାରୀଙ୍କୁ ଅନ୍ତର୍ଭୁକ୍ତ କରି)କୁ ସମସ୍ତ ପ୍ରକାର ଏବଂ ପ୍ରକୃତିର, ଜଣା ଅଜଣା ସମସ୍ତ ଦାବି, ଡିମାଣ୍ଡ ଏବଂ କ୍ଷତି (ମୂଳ ଏବଂ ପରିଣାମଗତ)ରୁ ମୁକ୍ତ କରନ୍ତି।
  2. ଏହି ସର୍ତ୍ତାବଳୀ ଆଇନ ନୀତିଗୁଡ଼ିକର ଦ୍ୱନ୍ଦ ସହ ସମ୍ବନ୍ଧିତ ନ ହୋଇ ଭାରତର ଆଇନ ଦ୍ୱାରା ପରିଚାଳିତ ହେବ। ଏହି ସର୍ତ୍ତାବଳୀଗୁଡ଼ିକ ସହ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ସମ୍ବନ୍ଧିତ ଯଦି କୌଣସି ଦାବି କିମ୍ବା ବିବାଦ ଆପଣ ଏବଂ PhonePe ମଧ୍ୟରେ ଉତ୍ପନ୍ନ ହୁଏ, ତେବେ ତାହା କେବଳ ବେଙ୍ଗାଲୁରୁରେ ଅବସ୍ଥିତ ଏକ କୋର୍ଟ ଦ୍ୱାରା ସମାଧାନ କରାଯିବ।
  3. PhonePe ବ୍ୟବହାରର ସର୍ତ୍ତାବଳୀ ଏବଂ PhonePe ଗୋପନୀୟତା ନୀତି ରେଫରେନ୍ସ ଦ୍ୱାରା ଏହି ସର୍ତ୍ତାବଳୀରେ ଅନ୍ତର୍ଭୁକ୍ତ ବୋଲି ଗ୍ରହଣ କରାଯିବ।
PhonePe Logo

Business Solutions

  • Payment Gateway
  • Guardian by PhonePe
  • Express Checkout
  • PhonePe Switch
  • Offline Merchant
  • Advertise on PhonePe
  • SmartSpeaker
  • Phonepe Lending
  • POS Machine

Insurance

  • Motor Insurance
  • Bike Insurance
  • Car Insurance
  • Health Insurance
  • Arogya Sanjeevani Policy
  • Life Insurance
  • Term Life Insurance
  • Personal Accident Insurance
  • Travel Insurance
  • Domestic Travel Insurance
  • International Travel Insurance

Investments

  • 24K Gold
  • Liquid Funds
  • Tax Saving Funds
  • Equity Funds
  • Debt Funds
  • Hybrid Funds

General

  • About Us
  • Careers
  • Contact Us
  • Press
  • Ethics
  • Report Vulnerability
  • Merchant Partners
  • Blog
  • Tech Blog
  • PhonePe Pulse

Legal

  • Terms & Conditions
  • Privacy Policy
  • Grievance Policy
  • How to Pay
  • E-Waste Policy
  • Trust & Safety
  • Global Anti-Corruption Policy

Certification

Sisa Logoexternal link icon

See All Apps

Download PhonePe App Button Icon
LinkedIn Logo
Twitter Logo
Fb Logo
YT Logo
© 2024, All rights reserved
PhonePe Logo

Business Solutions

arrow icon
  • Payment Gateway
  • Guardian by PhonePe
  • Express Checkout
  • PhonePe Switch
  • Offline Merchant
  • Advertise on PhonePe
  • SmartSpeaker
  • Phonepe Lending
  • POS Machine

Insurance

arrow icon
  • Motor Insurance
  • Bike Insurance
  • Car Insurance
  • Health Insurance
  • Arogya Sanjeevani Policy
  • Life Insurance
  • Term Life Insurance
  • Personal Accident Insurance
  • Travel Insurance
  • Domestic Travel Insurance
  • International Travel Insurance

Investments

arrow icon
  • 24K Gold
  • Liquid Funds
  • Tax Saving Funds
  • Equity Funds
  • Debt Funds
  • Hybrid Funds

General

arrow icon
  • About Us
  • Careers
  • Contact Us
  • Press
  • Ethics
  • Report Vulnerability
  • Merchant Partners
  • Blog
  • Tech Blog
  • PhonePe Pulse

Legal

arrow icon
  • Terms & Conditions
  • Privacy Policy
  • Grievance Policy
  • How to Pay
  • E-Waste Policy
  • Trust & Safety
  • Global Anti-Corruption Policy

Certification

Sisa Logo

See All Apps

Download PhonePe App Button Icon
LinkedIn Logo
Twitter Logo
Fb Logo
YT Logo
© 2024, All rights reserved